ରାଜ୍ୟରେ ଖୁବ ଶୀଘ୍ର ଚାଲିବ ବସ୍‌: ପରିବହନ ମନ୍ତ୍ରୀ

ରାଜ୍ୟରେ ଖୁବ ଶୀଘ୍ର ଚାଲିବ ବସ୍‌: ପରିବହନ ମନ୍ତ୍ରୀ

ରାଜ୍ୟ

ରାଜ୍ୟରେ ଖୁବ ଶୀଘ୍ର ବସ୍‌ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି । ଏବେ ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି । ସହମତି ଭିତ୍ତିରେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ କରି ପାରିବ ବୋଲି କେନ୍ଦ୍ର ସୂଚନା ଦେଇଥିବାବେଳେ ରାଜ୍ୟ ଭିତରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ଅନୁମତି ରହିଥିବାବେଳେ ଏବେ ନୂତନ ଗାଇଡ ଲାଇନ ଅନୁସାରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ମଧ୍ୟରେ ଗାଡି ଚାଲିପାରିବ। ରାଜ୍ୟ ଭିତରେ ଗାଡି ଚଳାଚଳ କରିବା ସହ ଅନ୍ୟ ରାଜ୍ୟ ସହ କିପରି ଗାଡି ଚଳାଚଳ କରାଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ତେବେ ପୂର୍ବ ଭଳି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବାର ନିୟମ ବଳବତ୍ତର ରହିଛି।