ବିଦ୍ୟୁତ ଆଘାତରେ ଶ୍ବଶୁର ବୋହୂଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରସାଳପୁର ପଂଚାୟତର ନଦୀଗାଁରେ। ଘରର ବିଦ୍ୟୁତ ତାରକୁ ଶ୍ବଶୁର ସଜାଡୁ ଥିବାବଳେ ବିଦ୍ୟୁତ ଆଘାତ ଲାଗିଥିଲା। ଆଉ ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ ହୋଇଛି। ମୃତକ ୬୫ ବର୍ଷର ରମାନାଥ ଦାସ ଓ ତାଙ୍କ ବୋହୂ ପୁଷ୍ପଲତା ଦାସ । ଉଭୟଙ୍କ ମୃତକଙ୍କ ଶବ ବ୍ୟବଛେଦ ପାଇଁ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି।
