ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଜାର ଏବଂ ସପିଂ କମ୍ପେ୍ଲକ୍ସଗୁଡ଼ିକରେ ଥିବା ଦୋକାନ ଏବେ ଯୁଗ୍ମ ଅଯୁଗ୍ମ ନିୟମ ଅନୁସାରେ ଖୋଲିପାରିବ । ଅଟୋ, ବସ ଏବଂ ଟ୍ୟାକ୍ସି ସୀମିତ ସଂଖ୍ୟକ ଯାତ୍ରୀଙ୍କ ସହ ଚାଲିପାରିବ । ଲକଡାଉନ ୪.୦ ସମ୍ପର୍କରେ ସବିଶେଷ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଏହା ଘୋଷଣା କରିଛନ୍ତି । ତେବେ ମେଟ୍ରୋ ଟ୍ରେନ, ସ୍କୁଲ, କଲେଜ, ମଲ, ସିନେମା ହଲ, ସାଲୋନ, ପାର୍କ ପ୍ରଭୃତି ବନ୍ଦ ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ କିମ୍ବା କରୋନା ଦ୍ୱାରା ଅଧିକ ଭାବେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଏହି ନିୟମ ଲାଗୁ ହେବ ନାହିଁ ଜଣାପଡ଼ିଛି ।
