ସଂଗରୋଧରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨୦୦୦ ଟଙ୍କାରୁ ଟିକେଟ ଭଡ଼ା କାଟି ନେବେ ରାଜ୍ୟ ସରକାର |

ସଂଗରୋଧରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨୦୦୦ ଟଙ୍କାରୁ ଟିକେଟ ଭଡ଼ା କାଟି ନେବେ ରାଜ୍ୟ ସରକାର |

ରାଜ୍ୟ

ଭୁବନେଶ୍ୱର: ଶ୍ରମିକଙ୍କ ଟ୍ରେନ ଟିକେଟ ଭଡ଼ା ଅଡ଼ୁଆ ଛିଣ୍ଡୁନାହିଁ । ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହା ବହନ କରିବେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଶ୍ରମିକଙ୍କ ସଂଗରୋଧ ବାବଦ ଅର୍ଥରୁ ଟ୍ରେନ ଭଡ଼ା ଭରଣା କରାଯିବ । ସୂଚନା ମୁତାବକ, ‘ଶ୍ରମିକ ସ୍ୱତନ୍ତ୍ର’ ରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ ଭଡ଼ା ଓଡ଼ିଶା ସରକାର ଦେବେ । ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ ଖର୍ଚ୍ଚ ନ ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ କରିବେ । ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଶ୍ରମିକମାନେ ଫେରିଲା ପରେ ସଙ୍ଗରୋଧରେ ରହିବାର ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧ ପରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶିରୁ ଏହି ଟିକେଟ ଭଡ଼ା ସରକାର କାଟି ନେବେ ।