ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ୧୨ ହଜାର ବସ୍ ବ୍ୟବସ୍ଥା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଛି । ସେମାନଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ ବସ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ବିଭିନ୍ନ ରାଜ୍ୟ ସରକାରଙ୍କ ପତ୍ର ଲେଖିଛନ୍ତି । ପ୍ରତି ଜିଲ୍ଲାପାଳଙ୍କୁ ୨୦୦ ବସ ଯୋଗାଇବାର ଦାୟିତ୍ୱ ଦିଆଯାଇଛି । ସରକାର ୧୫ ହଜାର ବସ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ୫୯୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ବୁକ କରିଥିବା ପ୍ରକାଶ । ଏଥିସହିତ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଯାଚିଥିବା ୧ ହଜାର ବସ୍ ଗ୍ରହଣ କରିବାକୁ ଆଦିତ୍ୟନାଥ ସମ୍ମତି ପ୍ରକାଶ କରିଛନ୍ତି । ପ୍ରିୟଙ୍କା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ସହାୟତା ପାଇଁ ଏକ ହଜାର ବସ ଯୋଗାଇ ଦେବାର ପ୍ରସ୍ତାବ ଦେଇ ଶନିବାର ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖିଥିଲେ ଏବଂ ଏହାକୁ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଗ୍ରହଣ କରାଯିବା ସହ ବସ୍ କର୍ମଚାରୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମଗାଯାଇଛି ।
