ଆଜି ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟିଛି । ଲକ୍ଷ୍ମଣନାଥ ଗେଟ୍ ପାଖରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଛି । ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟି ଚାରି ଗୁରୁତର, ହୋଇଛନ୍ତି ଏବଂ 46ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବସ୍ଟି କେରଳରୁ 50 ଶ୍ରମିକଙ୍କୁ ଧରି କୋଲକାତା ଯାଉଥିଲା । ଚାରି ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
