ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ତରଫରୁ ଘୋଷିତ ସ୍ପେଶାଲ ଟ୍ରେନ ତାଲିକାରେ ଓଡ଼ିଶାର ୧୦ଟି ଟ୍ରେନ୍ ସ୍ଥାନ ପାଇଛି । ମୁମ୍ବାଇ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ହାୱଡା-ମୁମ୍ବାଇ ମେଲ, ହାୱଡା ଅହମ୍ମଦାବାଦ ଏକ୍ସପ୍ରେସ, ପୁରୀ-ସିଆଲଦା ଦୂରନ୍ତୋ ଏକ୍ସପ୍ରେସ, ହାୱଡା-ଯଶୋବନ୍ତପୁର ଦୁରନ୍ତୋ ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ, ହାୱଡା ବଡ଼ବିଲ ଜନଶତାବ୍ଦୀ ଟ୍ରେନ ଏବଂ ଧାନବାଦ-ଆଲେପି ଏକ୍ସପ୍ରେସ ରହିଛି । ଏସବୁ ସ୍ପେଶାଲ ଟ୍ରେନ ଆସନ୍ତା ଜୁନ ପହିଲାରୁ ଚାଲିବ । ଏଥିପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେବ । ସମସ୍ତ ବଗି ରଜର୍ଭ ରଖାଯିବା ସହ ସର୍ବାଧିକ ୧ ମାସ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ୱେଟିଂ ତାଲିକାରେ ଥିବା ଲୋକଙ୍କୁ ଟ୍ରେନରେ ଯାତ୍ରା ଅନୁମତି ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
