ଚୀନରେ ରୂପ ବଦଳାଉଛି କରୋନା, ବଢ଼ୁଛି ସଂକ୍ରମଣ |

ଚୀନରେ ରୂପ ବଦଳାଉଛି କରୋନା, ବଢ଼ୁଛି ସଂକ୍ରମଣ |

ବିଶେଷ ଖବର

ବେଜିଂ: ଚୀନରେ ପୁଣି ଥରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବାରେ ଲାଗିଛି । ନୂଆ ସଂକ୍ରମଣ ଜିଲିନ ଓ ହେଲଙ୍ଗଜିଆଙ୍ଗ ପ୍ରଦେଶରେ ଦେଖାଯାଉଛି । ନୂଆ କ୍ଲଷ୍ଟରରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଭିନ୍ନ ଲକ୍ଷଣ ପ୍ରକାଶ ପାଉଛି । ଏପରିକି ଏହି ବ୍ୟାଧିକୁ ଚିହ୍ନଟ କରିବା କଷ୍ଟକର ହେଉଛି । ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇବାକୁ ବହୁତ ସମୟ ଲାଗୁଛି । ସେହିପରି ଜଣେ ପଜିଟିଭ ବ୍ୟକ୍ତି ଆରୋଗ୍ୟ ହୋଇ ନେଗେଟିଭ ହେବାକୁ ଅଧିକ ସମୟ ଲାଗୁଛି ବୋଲି ଚୀନର ବରିଷ୍ଠ କ୍ରିଟିକାଲ କେୟାର ଡାକ୍ତର କ୍ୱି ହାଇବୋ କହିଛନ୍ତି । ସଂକ୍ରମଣ ହେବାରୁ ୧ ରୁ ୨ ସପ୍ତାହ ପରେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉଛି । ଗତ ୨ ସପ୍ତାହ ମଧ୍ୟରେ ଚୀନର ସୁଲାନ, ଜିଲିନ ଓ ସେଙ୍ଗୟାଙ୍ଗ ସହରରେ ୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ନୂଆ ସଂକ୍ରମିତଙ୍କୁ ନିଶ୍ଚିତ କରିବା ଲାଗି ଅନେକ ଥର ପରୀକ୍ଷା କରିବାକୁ ପଡ଼ୁଛି । ପୂର୍ବରୁ ଉହାନରେ ଯେଉଁ ସବୁ ସଂକ୍ରମଣ ହୋଇଥିଲା ସେମାନଙ୍କ ଠାରେ ଖୁବଶୀଘ୍ର ଜଣାପଡ଼ୁଥିଲା ।