ଆସନ୍ତକାଲିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୬୦ ଟି ସେଣ୍ଟରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପାଇଁ ପ୍ରସ୍ତୁତ ହୋଇଥିବା ୬୦ ଟି ସେଣ୍ଟରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଖାତା ଦେଖାର ୪୫ ଦିନ ମଧ୍ୟରେ ମାଟ୍ରିକ ଫଳାଫଳ ବାହାରିବ ବୋଲି ଗଣଣିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
