ସରକାରୀ କଟକଣାକୁ ଫୁ, ଶହ ଶହ ବରଯାତ୍ରୀଙ୍କୁ ନେଇ ଚାଲିଛି ବାହାଘର ।

ସରକାରୀ କଟକଣାକୁ ଫୁ, ଶହ ଶହ ବରଯାତ୍ରୀଙ୍କୁ ନେଇ ଚାଲିଛି ବାହାଘର ।

ରାଜ୍ୟ

ସରକାରୀ କଟକଣାକୁ ଫୁ । କରୋନାକୁ ନେଇ ସରକାର ଲକଡାଉନ୍ କରି ଯେତେ କଟକଣା ଜାରୀ କଲେ ମଧ୍ୟ ଚେତୁନାହାନ୍ତି ଲୋକେ । ବାହାଘରରେ ସାମିଲ ହୋଇଛନ୍ତି ଶହ ଶହ ଲୋକ । ବାଜା ବାଣ ସହିତ ନାଚ ଗୀତରେ ଯାଉଛି ବରଯାତ୍ରୀ । ଏଭଳି ଏକ ଅମାନୀୟ ଘଟଣା ଘଟିଛି କଟକ ସାଲେପୁରରେ । ଗତକାଲି କଟକ ଜିଲ୍ଲା ସାଲେପୁର ଥାନା ଓରାବାରି ଗାଁରେ ଏଭଳି ଏକ ବାହାଘର ହୋଇଛି । ସାଲେପୁର ଥାନା ତେନ୍ତୋଳ ପଂଚାୟତ ଜଳହରି ଗାଁର ଅଲେଖ ପରିଡ଼ାଙ୍କ ପୁଅ ଶହ ଶହ ବର ଯାତ୍ରୀଙ୍କୁ ଧରି ଓରାବାରି ଗାଁର ସନାତନ ମହାନ୍ତିଙ୍କ ଝିଅକୁ ବାହା ହେବାକୁ ଯାଇଥିଲେ । ବାଜା, ରୋଷଣୀ ଓ ପଟୁଆର ଚାଲିଥିଲା । ନାଚି ନାଚି ପୂରା ଇଲାକା କମ୍ପାଇ ଦେଇଥିଲେ ବରଯାତ୍ରୀ । ବର ନିଜ ଘରୁ ବାହାରି କନିଆଁ ଘର ଯାଏଁ ଯିବା ପର୍ୟ୍ୟନ୍ତ କୈାଣସି ସୋସିଆଲ ଡିସଣ୍ଟାନ୍ସିଂ ରକ୍ଷା କରାଯାଇନଥିଲା। ବିବାହ କାର୍ୟ୍ୟରେ ସର୍ବାଧିକ ୫୦ଜଣ ସାମିଲ ହେବା ଲାଗି ଗାଇଡଲାଇନ ରହିଛି । ହେଲେ ଏସବୁ କାହାର ଖାତିର ନଥିଲା । ଏନେଇ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି ଯେ, ଅଭିଯୋଗ ନେଇ ତଦନ୍ତ କରାଯିବ ।