ପୁଣି ଘରବାହୁଡ଼ା କରିବେ କି ଜୟରାମ ପାଙ୍ଗି ?

ପୁଣି ଘରବାହୁଡ଼ା କରିବେ କି ଜୟରାମ ପାଙ୍ଗି ?

ରାଜନୀତି

କୋରାପୁଟ: ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି ପୁଣି ଘରବାହୁଡ଼ା କରିବେ କି? ଦୁଇ ଦିନ ପୂର୍ବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୋରାପୁଟରେ ପାଙ୍ଗିଙ୍କ ବାସଭବନକୁ ଯାଇ ଆଲୋଚନା କରିବା ପରେ ଦଳରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଯଦିଓ ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଜୟରାମ ପାଙ୍ଗିଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ତେବେ ଦଳୀୟ କର୍ମୀ ମହଲରେ ପାଙ୍ଗିଙ୍କ ଲେଉଟାଣିକୁ ନେଇ ଆଲୋଚନା ଜୋର ଧରିଛି । ପାଙ୍ଗି ଦଳକୁ ଫେରିଲେ ଲାଭ କେତେ, କ୍ଷତି କେତେ ତାହାର ଅଙ୍କକଷା ଚାଲିଛି । ବିଜେଡିରେ ଥିବା କିଛି ପାଙ୍ଗି ସମର୍ଥକ ଅଧିକ ଉତ୍ସାହିତ ହୋଇପଡ଼ିଥିବା ବେଳେ ପାଙ୍ଗି ବିରୋଧୀ କିନ୍ତୁ ଫେରିବା ବାଟକୁ ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ବିଜେଡି ଶିବିରରେ ଏଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ବିଜେପି ପାଙ୍ଗିଙ୍କ ଗତିବିଧିକୁ ତୀକ୍ଷ୍ମ ନଜରରେ ରଖିଥିବା ସୂଚନା ମିଳିଛି ।