ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ |

ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ |

ରାଜ୍ୟ

ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଖାଣ୍ଡିଆ ପଞ୍ଚାୟତର ବଡ଼ଦନାମରା ଗ୍ରାମରେ ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସେହି ଥାନା ଅଞ୍ଚଳରେ ରହୁଥିବା ଦୁଇ ସଢ଼ୁ ସେମାନଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ। ସେମାନଙ୍କର ଦୁଇ ଝିଅ ନାନୀତ (୧୧) ଓ ରୋଜି(୧୧) ରାତିରେ ଶୋଇଥିବା ସମୟରେ ଏକ ଚିତି ସାପ ଦୁହିଁଙ୍କୁ କାମୁଡି ଦେଇଥିଲା । ପ୍ରଥମେ ଗୁରୁତର ଦୁଇ ଝିଅଙ୍କୁ ରଙ୍ଗମାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ସ୍ଥିତ ପିଆରଏମ ମେଡିକାଲକୁ ଆଣିଥିଲେ ପରିବାର ଲୋକେ। ଏଠାରେ ଚିକିତ୍ସା ଚାଲିଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।