ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଗୁରୁବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅନୁଯାୟୀ, ୫ଟି ରାଜ୍ୟ ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କୌଣସି ଲୋକ କର୍ଣ୍ଣାଟକରେ ପ୍ରବେଶ କରିପାରିବେ ନାହିଁ । ଏହି ରାଜ୍ୟ ଗୁଡ଼ିକରୁ କର୍ଣ୍ଣାଟକ ପ୍ରବେଶ କରିପାରିବେ ନାହିଁ । ଏହି ରାଜ୍ୟଗୁଡ଼ିକରୁ କର୍ଣ୍ଣାଟକକୁ ବିମାନ ଓ ଟ୍ରେନ ଚଳାଚଳ ପୂରା ବନ୍ଦ ରହିବ । ତା ଛଡ଼ା ସଡ଼କ ମାର୍ଗରେ ବି ସେଠାକାର ଲୋକଙ୍କ ରାଜ୍ୟ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ । କର୍ଣ୍ଣାଟକ କ୍ୟାବିନେଟ ଗୁରୁବାର ଏହି ନିଷ୍ପତ୍ତି ନେଇଛି । ବାହାରୁ ଆସୁଥିବା ଲୋକଙ୍କ ଯୋଗୁ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗୁରୁବାର କର୍ଣ୍ଣାଟକରେ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି । ଏହାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୯୩ ବୃଦ୍ଧି ପାଇଛି ।
