ବଢିଲା ଲକଡାଉନ ଅବଧି | ଲକଡାଉନ ୫କୁ କେନ୍ଦ୍ର ସରକାର ଜୁନ ୩୦ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏଥିରେ ଅନେକ କଟକଣାକୁ କୋହଳ କରାଯାଇଛି । ତେବେ ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁକୁ କେନ୍ଦ୍ର ସରକାର କୋହଳ କରିଛନ୍ତି । ବର୍ତ୍ତମାନ ଏହାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏହି ସମୟରେ ପୂର୍ବପରି ସମସ୍ତ ଗତିବିଧି ଉପରେ କଟକଣା ଲାଗିବ । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ । ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ । ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ । ମାଲ ପରିବହନରେ ନିୟୋଜିତ ଗାଡି ଚଳାଚଳ କରିପାରିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।
