କରୋନା ମୁକାବିଲା ପାଇଁ ପୁଣି ଏକ ମାସ ବଢିଲା ଲକ୍ ଡାଉନ୍ । କଣ୍ଟେନମେଣ୍ଟ ଅଞ୍ଚଳ ରେ କଟକଣା ଆଉ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଲକ୍ ଡାଉନ୍ ରେ ରାତି ୯ ଟା ରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଜାରି ରହିବ । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ରେ ପୂର୍ବପରି ସପିଙ୍ଗ ମଲ, ରେଷ୍ଟୁରାଣ୍ଟ , ଧାର୍ମିକ କାର୍ଯ୍ୟ ଆଦି ବନ୍ଦ୍ ରହିବ । ହେଲେ ଅନ୍ୟ ଅଞ୍ଚଳ ଗୁଡିକରେ ସପିଙ୍ଗ ମଲ, ଧାର୍ମିକ ଅନୁଷ୍ଠାନ, ରେଷ୍ଟୁରାଣ୍ଟ ଆଦି ଜୁନ୍ ୮ ରୁ ଖୋଲିବ ।
