ସହିଦନଗରରେ ଚାଂଚଲ୍ୟ, ମହିଳାଙ୍କୁ ଅପହରଣ ଉଦ୍ୟମ କରି କନେଷ୍ଟବଳଙ୍କ ସହିତ ଦୁଇ ଗିରଫ ।

ସହିଦନଗରରେ ଚାଂଚଲ୍ୟ, ମହିଳାଙ୍କୁ ଅପହରଣ ଉଦ୍ୟମ କରି କନେଷ୍ଟବଳଙ୍କ ସହିତ ଦୁଇ ଗିରଫ ।

ରାଜ୍ୟ

ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ମହିଳାଙ୍କ ଅପହରଣ ଉଦ୍ୟମ ଅଭିଯୋଗରେ ଓଡ଼ିଶା ଆର୍ମଡ ପୁଲିସ୍ ଫୋର୍ସର ଜଣେ କନଷ୍ଟେବଳଙ୍କ ସହିତ ଦୁଇଜଣ ଗିରଫ ହୋଇଛନ୍ତି । ମହିଳାଙ୍କୁ ଅଟୋରେ ନେଇ ଯାଉଥିବାବେଳେ ଅଟୋରୁ ଡେଇଁପଡିଥିଲେ ମହିଳା । ମହିଳା ଜଣକ ଚିତ୍କାର କରିବା ପରେ ତିନିଜଣ ଯୁବକ ଧରାପଡିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ସହିଦ ନଗର ଅଞ୍ଚଳର ଜଣେ ମହିଳା ଗତକାଲି ରାତିରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ଚାଲିଚାଲି ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଯୁବକ ମହିଳାଙ୍କୁ ଏକାକୀ ପାଇଁ ତାଙ୍କୁ ଅଟୋରେ ଥାନାକୁ ନେବାଯିବାକୁ କହି ଅଟୋରେ ବସାଇ ତାଙ୍କ ସାଙ୍ଗରେ ଅସଦାଚରଣ କରିଥିଲେ । ମହିଳା ଜଣକ ପାଟି କରି ଅଟୋରୁ ଡେଇଁ ପଡ଼ିଥିଲେ । ମହିଳା ଅଟୋରୁ ଡେଇଁପଡ଼ିବା ଦେଖି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଅପହରଣ କରି ନେଉଥିବା ୩ଜଣ ଯୁବକଙ୍କୁ କାବୁ କରି ସଦିଦ ନଗର ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଯୁବକଙ୍କୁ ଗିରଫ କରିଛି।