ୟୁପିଏସି ପ୍ରିଲିମ୍ମ ପରୀକ୍ଷାର ତାରିଖ ଘୋଷଣା ହୋଇଛି । ଏହାର ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବର ୪ରେ ହେବ। ପ୍ରଥମେ ପରୀକ୍ଷା ମେ ୩୧ରେ ହେବାର ଥିଲା। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା। ଏନେଇ ୟୁପିଏସି ନିଜର ସରକାରୀ ୱେବସାଇଟରେ ନୂତନ କାର୍ଯ୍ୟସୂଚୀ ଜାରୀ କରିଛି । ପରୀକ୍ଷାର୍ଥୀ ସଂଘ ଲୋକ ସେବା ଆୟୋଗର ଓ୍ଵେବ୍ସାଇଟ୍ upsc.gov.inକୁ ଯାଇ ପରୀକ୍ଷା କାର୍ୟ୍ୟକ୍ରମ ବିଷୟରେ ଜାଣି ପାରିବେ। କରୋନା ଭାଇରସ୍ ମହାମାରୀର ପ୍ରଭାବ ୟୁପିଏସସି ପରୀକ୍ଷା ଉପରେ ମଧ୍ୟ ପଡିଛି। ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବର ୪ରେ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମେନ୍ ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ୮ରେ ଆୟୋଜିତ ହେବ। ଏହା ବ୍ୟତୀତ ୟୁପିଏସସି ଫୋରେଷ୍ଟ ସର୍ଭିସ୍ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ୨୦୨୦ ଅକ୍ଟୋବର ୪ରେ ଅନୁଷ୍ଠିତ ହେବ। ୟୁପିଏସସିର ୨୦୧୯ ପରୀକ୍ଷାର ବାକି ଇଣ୍ଟରଭ୍ୟୁ ୨୦୨୦ ଜୁଲାଇ ୨୦ରୁ ଆରମ୍ଭ ହେବ।
