ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ବିଦ୍ରୋହ |

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ବିଦ୍ରୋହ |

ରାଜନୀତି

ଗାନ୍ଧିନଗର: ଆଗାମୀ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ବଡ଼ ବିଦ୍ରୋହ ଆଶଙ୍କା କରାଯାଉଛି । ବିଗତ ୨ ଦିନ ଭିତରେ ଦଳର ୩ ଜଣ ବିଧାୟକ ଇସ୍ତଫା ଦେବାରୁ ଦଳର ସଙ୍କଟ ବଢ଼ିଯାଇଛି । ଅନ୍ୟ କେତେକ ବିଧାୟକ ମଧ୍ୟ ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ କଂଗ୍ରେସ ନେତୃତ୍ୱ ବିଧାୟକମାନଙ୍କୁ ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ନେଇ ରଖାଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ଏହି ବିଧାୟକମାନେ ହୋଟେଲରେ ହିଁ ରହିବେ ବୋଲି ଜଣାପଡ଼ିଛି । ଦଳର ୨୧ ଜଣ ବିଧାୟକ ଏବେ ଅମ୍ବାଜୀ ରିସୋର୍ଟରେ ଥିବା ଜଣାପଡ଼ିଛି । ଦଳର ମୋଟ ୬୫ ବିଧାୟକଙ୍କୁ ଜୋନ ଆଧାରରେ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କ ନେତୃତ୍ୱକୁ ବିରୋଧ କରି ଏ ପର୍ଯ୍ୟନ୍ତ ଦଳର ୮ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ଅନ୍ୟ ପକ୍ଷରେ କର୍ଣ୍ଣାଟକରେ ମଧ୍ୟ ଦଳରେ ବିଭାଜନକୁ ଏଡ଼ାଇବା ପାଇଁ ୧୯ ତାରିଖ ରାଜ୍ୟସଭା ନିର୍ବାଚନରେ ଆବଶ୍ୟକ ହେଲେ ଜେଡିଏସ ସୁପ୍ରିମୋ ଏଚଡି ଦେବଗୌଡ଼ାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ରାଜ୍ୟକଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏ ଦିଗରେ ଜେଡିଏସ କିଛି ସ୍ପଷ୍ଟ କରିନାହିଁ ।