ଦେଶରେ କରୋନା ଭାଇରସ୍ ପ୍ରବେଶ କରିବାବେଳେ ଭାରତ ସରକାର କରୋନା ବିରୋଧରେ ଜନତାଙ୍କୁ ସଚେତନ କରିବା ପାଇଁ କଲର ଟ୍ୟୁନ ଜାରି କରିଥିଲେ । ଏହି କଲର ଟ୍ୟୁନ ବର୍ତ୍ତମାନ ସବୁ ଭାରତୀୟଙ୍କ ଫୋନରେ ଶୁଣିବାକୁ ମିଳୁଛି । ଆପଣ କାହାକୁ ଫୋନ ଲଗାଉଛି ଆପଣଙ୍କୁ ଶୁଣିବାକୁ ମିଳୁଛି, ‘କରୋନା ସହିତ ଆଜି ସାରା ଦେଶ ଲଢ଼ୁଛି ...’। ଏହି କଲର ଟ୍ୟୁନ ଶୁଣି ଶୁଣି ମଧ୍ୟ ସମସ୍ତେ ବିରକ୍ତ ହୋଇଗଲେଣି । ତେବେ ଆପଣ କ’ଣ ଜାଣିଛନ୍ତି କି ଏହି କଲର ଟ୍ୟୁନରେ ସ୍ୱର କାହାର । ଭଏସ ଓଭର ଆର୍ଟିଷ୍ଟ ଯଶଲିନ ଏହି କଲର ଟ୍ୟୁନ ପାଇଁ ଭଏସ ଦେଇଛନ୍ତି । ଯଶଲିନ ନିଜର ଏକ ବିଶେଷ ମେସେଜ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ, ସେ କେବେ ଭାବିନଥିଲେ ଯେ ତାଙ୍କର ଗୋଟିଏ ଭଏସ ରେକର୍ଡିଙ୍ଗ ଲୋକମାନଙ୍କୁ ଏତେ ପ୍ରଭାବ ପକାଇବ ଆଉ ଏତେ ଲୋକପ୍ରିୟତା ବଢିବ । କିଛି ଜାଗାରେ ଲୋକେ ଏହି କଲର ଟ୍ୟୁନକୁ ଶୁଣି ଶୁଣି ବିରକ୍ତ ହୋଇ ଏହାକୁ ବନ୍ଦ କରିବାକୁ ସରକାରଙ୍କୁ ଅପିଲ ମଧ୍ୟ କରିଥିଲେ । ଯଶଲିନ ହସି ହସି କହିଛନ୍ତି, ସବୁଠାରୁ ପ୍ରଥମେ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ପରିହାସ କରିବା ଆରମ୍ଭ କରିଥିଲେ ଜ୍ଝ କଲର ଟ୍ୟୁନକୁ ନେଇ ତାଙ୍କ ବନ୍ଧୁ ଓ ସମ୍ପର୍କୀୟ ମଧ୍ୟ ଅନେକ ମେସେଜ କରିଥିଲେ । ଯେତେବେଳେ ସେ ନିଜେ କାହାକୁ ଫୋନ କରନ୍ତି ଏବଂ ତାଙ୍କର ଭଏସ ରେକର୍ଡିଙ୍ଗ ଶୁଣନ୍ତି ତାଙ୍କୁ ବହୁତ ଅଜବ ଲାଗେ । ସେ କହିଥିଲେ ମୁଁ ଜଣକୁ ଫୋନ କରେ, କିନ୍ତୁ ମୋର ହିଁ ଭଏସ ମୋତେ ୩୦ ସେକେଣ୍ଡ ଯାଏଁ ଶୁଣିବାକୁ ପଡେ । ସେ ଯେତେବେଳେ ଭଏସ୍ ଦେଇଥିଲେ ପ୍ରଥମେ ସେ ଭାବିଥିଲେ ଏହି କଲର ଟ୍ୟୁନ କିଛି ଦିନ ହିଁ ଚାଲିବ କିନ୍ତୁ ଏହା ଏବେ ସୁଦ୍ଧା ସମସ୍ତଙ୍କ ଫୋନରେ ବାଜୁଛି ।
