ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ୩୪ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ଅଭିନେତା ଜଣକ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ତେବେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ପର୍କରେ ଜଣାପଡିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଜୀ ଟିଭିର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ମାନବ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ସୁଶାନ୍ତ ସିଂହ ରାଜପୁତ୍ ବଲିଉଡ୍ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ସେ ଏବେ ବଲିଉଡରେ ଜଣେ ଉଦୀୟମାନ କଳାକାର ଭାବେ ପରିଚିତ ଥିଲେ। ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଏଭଳି ପରିସ୍ଥିତିରେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।
