ଜାଣନ୍ତୁ ରୋଷେଇ ଘରେ କେମିତି ସଜାଡି ରଖିବେ ଜିନିଷ ?

ଜାଣନ୍ତୁ ରୋଷେଇ ଘରେ କେମିତି ସଜାଡି ରଖିବେ ଜିନିଷ ?

ହାଣ୍ଡିଶାଳ

ରୋଷେଇ ଘରେ ଗୃହିଣୀମାନେ ପ୍ରାୟ ସବୁ ଜିନିଷ ଷ୍ଟୋର କରି ରଖିଥାନ୍ତି । କିନ୍ତୁ କେବେ କେଉଁ ଜିନିଷ ନଷ୍ଟ ହୋଇଗଲାଣି ପ୍ରାୟ ସମୟରେ ଏମିତି ସମସ୍ୟାର ସାମନା କରିଥାନ୍ତି ସେମାନେ । ବ୍ୟସ୍ତ ହୁଅନ୍ତୁ ନାହିଁ, ସାମାନ୍ୟ ଆଇଡିଆ ଆପଣଙ୍କର ସବୁ ଜିନିଷକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିପାରିବ । ବଡ଼ ବ୍ରେଡ ପ୍ୟାକେଟ ଖୋଲିବା ପରେ ଏହାକୁ ଏକାଥରକେ ଖାଇବା ଅନେକଙ୍କ ପକ୍ଷେ ସମ୍ଭବ ହୁଏନା । ଫଳରେ ବାକି ରହିଥିବା ବ୍ରେଡ ଟାଣ ହୋଇଯାଇଥାଏ । ତେଣୁ ପ୍ୟାକେଟ ଖୋଲିବା ସମୟରେ ଉପର ବ୍ରେଡକୁ ପ୍ୟାକେଟ ସରିବା ଯାଏ ଉପରେ ହିଁ ରହିବାକୁ ଦିଅନ୍ତୁ । ଏହାକୁ ଅନ୍ୟ ବ୍ରେଡ ଉପରେ ରଖିବା ଦ୍ୱାରା ଭିତର ବ୍ରେଡ ନରମ ରହିଥାଏ । ପୁରି ବେଲିବା ପରେ ଏହାକୁ ୧୦ ମିନିଟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ପୁରିରେ ବେଶି ତେଲ ରହିବ ନାହିଁ । ଆଉ ଖାଇବାକୁ କ୍ରିସ୍କି ମଧ୍ୟ ଲାଗିବ । ବହୁ ଲୋକ ଅଧିକ ପନୀର କିଣି ଆଣି ଫ୍ରିଜରେ ରଖି ଦେଇଥାନ୍ତି । ଆବଶ୍ୟକ ବେଳେ ବାହାର କରି ରୋଷେଇ କରିଥାନ୍ତି । କିନ୍ତୁ ଫ୍ରିଜରୁ ବାହାର କରିବା ପରେ ପନୀର ବରଫ ଭଳି ଖୁବ ଟାଣ ହୋଇଯାଇଥାଏ । ଫଳରେ ପନୀର ସ୍ୱାଦ କମିଯାଇଥାଏ । ପନୀରକୁ ଫ୍ରିଜରୁ ଆଣି ପରେ ଗରମ ପାଣିରେ ୧୦ ମିନିଟ ପାଇଁ ପକାଇ ଦିଅନ୍ତୁ । ତା ପରେ ତରକାରୀ କରନ୍ତୁ । ଏହା ନରମ ହେବା ସହ ସ୍ୱାଦିଷ୍ଟ ଲାଗିବ । ଅଟା ଡବାରେ ଅନେକ ସମୟରେ ପୋକ ଲାଗିଯାଏ ବା ଅଟା ଗୋଟା ହୋଇଯାଏ । ଏମିତି ହେଉଥିଲେ ଡବାରେ କମ ଅଟା ଥିଲେ କମ ତେଜପତ୍ର ଧ ଅଧିକ ଅଟା ଥିଲେ ଅଧିକ ତେଜପତ୍ର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଅଟା ଡବାର ଘୋଡଣି ବନ୍ଦ କରି ରଖି ଦିଅନ୍ତି । ଆଉ ଅଟା ନଷ୍ଟ ହେବ ନାହିଁ । ଯଦି ଫ୍ରିଜରେ ରହି କିଛି ପରିବା ଶୁଖିଯାଉଛି । ତେବେ ବ୍ୟସ୍ତ ହୁଅନ୍ତୁ ନି । ଏକ ପାତ୍ରରେ ପାଣି ନେଇ ସେଥିରେ ଫାଳେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଏବେ ଫ୍ରିଜରୁ ବାହାର କରିଥିବା ଶୁଖିଲା ପରିବାକୁ କିଛି ସମୟ ପାଇଁ ବୁଡ଼ାଇ ରଖି ଦିଅନ୍ତୁ । ଦେଖିବେ କିଛି ସମୟ ପରେ ସେହି ପରିବା ପୁଣି ତାଜା ହୋଇଯିବ ।