କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ସୁରକ୍ଷାକର୍ମୀ ଗୁଳିରେ ୭ ଆତଙ୍କବାଦୀ ନିହତ ।

କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ସୁରକ୍ଷାକର୍ମୀ ଗୁଳିରେ ୭ ଆତଙ୍କବାଦୀ ନିହତ ।

ଜାତୀୟ ଖବର

କଶ୍ମୀରରେ ପାମ୍ପୋର୍ ଏବଂ ଶୋପିଆଁରେ ଗୁଳିବିନିମୟ ଘଟି ସମୁଦାୟ ସାତଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍କାଉଣ୍ଟର୍ ଏବେ ମଧ୍ୟ ପାମ୍ପୋର୍ ଏବଂ ଶୋପିଆଁରେ ଜାରି ରହିଛି। ପାମ୍ପୋର୍ ଏନ୍କାଉଣ୍ଟର୍ ସ୍ଥଳରୁ ଦୁଇଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ଶୋପିଆଁରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର୍ ଘଟଣାରେ ନିରାପତ୍ତା ବଳ ଚାରି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପାମ୍ପୋର୍ରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ସ୍ପେସାଲ୍ ଅପରେସନ୍ ଗ୍ରୁପ୍ର କମାଣ୍ଡୋମାନେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇବାରେ ବିଫଳ ହୋଇ ମସ୍ଜିଦ୍ ମଧ୍ୟକୁ ପ୍ରବେଶ କରିଥିଲେ। ଗୁରୁବାର ସକାଳୁ ଦୁଇଜଣ ଆତଙ୍କବାଦୀ ମସ୍ଜିଦ୍ ମଧ୍ୟରେ ଆତ୍ମଗୋପନ କରିଥିଲେ। ଫଳରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।