କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିଜେପି ନେତୃତାଧୀନ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ପ୍ରଧାନମନ୍ତ୍ରୀଙ୍କ ଉପରେ ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି । ରାହୁଲ ଗାନ୍ଧୀଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତୀଧିନ ବିଜେପି ସରକାର କରୋନାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ରାହୁଲ ଗାନ୍ଧୀ ଶନିବାର ଦିନ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ ଉପଯୁକ୍ତ ଯୋଜନା ନାହିଁ । ଦେଶରେ ଅନେକ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ବଢିବାରେ ଲାଗିଛି । କରୋନା ମହାମାରୀ ଆଗରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଦେଇଛନ୍ତି । ଏହାକୁ ଲଢେଇ କରିବା ପାଇଁ ସରକାରଙ୍କ ଇଚ୍ଛା ହିଁ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ରାହୁଲ ଗାନ୍ଧୀ କିଛି ଦିନ ତଳେ ପେଟ୍ରୋଲ-ଡିଜେଲ୍ ଦାର ନେଇ ସରକାରକୁ ଘେରିଥିଲେ । ତୈଳ ଦୃର ବୃଦ୍ଧିକୁ ଲକ୍ଡାଉନ୍ ସହିତ ତୁଳନା କରିଦେଇଥିଲେ । କହିଥିଲେ କି ତୈଳ ଦାମ୍ ବୃଦ୍ଧି ପାଇଁ ସରକାର ଅନ୍ଲକ୍ କରିଦେଇଛନ୍ତି ।
