‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

ଜାତୀୟ ଖବର

ଆଜି ସକାଳ ୧୧ଟାରେ ‘ମନ କି ବାତ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କ ମନ କଥା କହିବେ। ଆଜି ପୁଣିଥରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ତେବେ ଆଜି ସେ କେଉଁ ବିଷୟ ଉପରେ ଆଲୋଚନା କରିବେ ସେ ନେଇ କୌଣସି ସରକାରୀ ସୂଚନା ମିଳିନଥିଲେ ମଧ୍ୟ ଚୀନ୍ ସହ ଚାଲିଥିବା ସୀମା ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ତେବେ ଏହା ତାଙ୍କର ‘ମନ କି ବାତ’ ୬୬ତମ ଅଧ୍ୟାୟ ବୋଲି ଜଣା ପଡିଛି |