ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅନଲକ-୧ର ଅବଧି ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନ୍ଲକ-୨ ନେଇ ନୂତନ ଗାଇଡଲାଇନ ଜାରି ହୋଇଛି। ନୂତନ ଗାଇଡଲାଇନରେ କରୋନା ଭାଇରସ୍ ନେଇ କେନ୍ଦ୍ର ସରକାର ଜୁଲାଇ ମାସ ପାଇଁ ଅନ୍ଲକ-୨ର ଗାଇଡଲାଇନ୍ ଜାରି କରିଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍ରେ କଟକଣା ପୂର୍ବବତ୍ତ ଜାରି ରହିବ। ଏହି ସମୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ସମ୍ବନ୍ଧିତ ଲୋକ, ଜରୁରୀକାଳୀନ ସେବା ଜାରି ରହିବ। ଏହା ସହିତ ଜାତୀୟ ମାର୍ଗରେ ମାଲବାହୀ ଗାଡି ଯିବା ଆସିବା କରି ପାରିବେ। ସରକାରଙ୍କ ଦ୍ଵାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଜୁଲାଇ ୩୧ ପର୍ଯ୍ୟନ୍ତ ପୂର୍ବପରି ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ, ବନ୍ଦ ରହିବ। ସବୁ ପ୍ରକାରର ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ସେବା, ସିନେମା ହଲ, ଜିମ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର, ଅଡିଟରିୟମ, ସର୍ବସାଧାରଣ ସଭା ସ୍ଥଳ ପରି ଜାଗା ବନ୍ଦ ରହିବ। ସବୁ ପ୍ରକାରର ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଏକାଡେମୀ, ସାଂସ୍କୃତିକ, ଧାର୍ମିକ ଆୟୋଜନ ସବୁ ବନ୍ଦ ରହିବ।
