ଆଜି ଗୋଟିଏ ଦିନ ପାଇଁ ଭିସୁଟ୍କୁ ବନ୍ଦ କଲେ କତ୍ତୃପକ୍ଷ । ବୁର୍ଲା ସ୍ଥିତ ଭୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲଜି ବା ଭିସୁଟ୍ ର ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଆଜି ଦିନକ ପାଇଁ ଏହାକୁ ବନ୍ଦ କରାଯାଇଛି । ତାଙ୍କ ସ୍ୱାମୀଙ୍କର ମୃତ୍ୟୁ କରୋନା ସହକ୍ରମଣରେ ହୋଇଥିବାର ସୂଚନା ମିଳିଛି । ଆଜି ପରେ ଆଉ ଅଧିକ ଦିନ ବନ୍ଦ କରାଯିବ କି ନାହିଁ , ସେ ନେଇ ଆଜି ନିଷ୍ପତ୍ତି ନିଆଯିବ । ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନା ଜନିତ ମୃତ୍ୟୁ ପରେ ଆଜି ସଂପୃକ୍ତ ଅଧ୍ୟାପିକାଙ୍କର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ ଅଧ୍ୟାପିକାଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ କରାଯାଇଛି । ଅଧ୍ୟାପିକାଙ୍କ ସ୍ୱାମୀ ଅନୁଗୁଳ ନାଲ୍କୋର ଜଣେ ବରିଷ୍ଠ ଅଧିକାରୀ ବୋଲି ସୂଚନା ପ୍ରାପ୍ତ ହୋଇଛି ।
