ବାହୁଡା ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ।

ବାହୁଡା ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ।

ରାଜ୍ୟ

ଆସନ୍ତାକାଲି ପବିତ୍ର ବାହୁଡା ଦଶମୀ । ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିବେ ମହାପ୍ରଭୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେବଳ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ସୁରଖୁରରେ ସମ୍ପାଦନ ହୋଇଥିଲା। ସେହିପରି ବାହୁଡ଼ା ଯାତ୍ରାକୁ ସୁରୁଖୁରରେ ସମ୍ପାଦନ ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ। ଏଥିସହ ୪ଶହ ଅଫିସର ମଧ୍ୟ ନିୟୋଜିତ ହେବେ। ସୂଚନାଯୋଗ୍ୟ ଯେ, ରଥଯାତ୍ରାରେ ସାମିଲ ହୋଇଥିବା ପୁଲିସ୍ କର୍ମଚାରୀ, ସେବାୟତଙ୍କ ସମେତ ପ୍ରାୟ ୫ ହଜାର ଜଣଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ସେବାୟତଙ୍କର ୨ ରାଉଣ୍ଟ କୋଭିଡ ଟେଷ୍ଟ ହୋଇଥିଲା। ଯେଉଁ ମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ରଥ ଟାଣି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା।