ପଣସ ଖାଇବାକୁ ଆସି ଗଲା ଭାଲୁର ଜୀବନ ।

ପଣସ ଖାଇବାକୁ ଆସି ଗଲା ଭାଲୁର ଜୀବନ ।

ରାଜ୍ୟ

ନାକଟିଦେଉଳ: ପଣସ ଖାଇବାକୁ ଆସି ଜୀବନ୍ତ ବିଦ୍ୟୁତ ତାର କାମୁଡ଼ି ଦେବାରୁ ଏକ ଭାଲୁର ମୃତ୍ୟୁ ହୋଇଛି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଜାମୁଯୋରୀ ପଞ୍ଚାୟତ ବିନ୍ଦପୁର ଗାଁରେ । ମୃତ ଭାଲୁର ପ୍ରାୟ ୫ ବର୍ଷ ହେବ । ଗାଁର ଢ଼ିପସାହିକୁ ପାଚିଲା ପଣସ ଖାଇବା ପାଇଁ ରାତିରେ ଏକ ଭାଲୁ ଆସିଥିଲା । ପଣସ ଖାଇବା ବେଳକୁ ସେହି ପଣସ ଗଛ ପାଖରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାରକୁ ପାଟିରେ କାମୁଡ଼ି ଦେଇଥିଲା । ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ହିଁ ଭାଲୁର ମୃତ୍ୟୁ ହୋଇଥିଲା । ସକାଳୁ ପଣସ ଗଛ ପାଖରେ ବିଦ୍ୟୁ ତାର କାମୁଡ଼ି ଭାଲୁ ମୃତ ଅବସ୍ଥାରେ ପଡ଼ିଥିବା ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।