କରୋନା ପାଇଁ ରାଉରକେଲା ମହାନଗର ନିଗମ ଅଫିସ୍ରେ କଟକଣା ଲାଗୁ କରାଯାଇଛି । ଆସନ୍ତା 31 ପର୍ଯ୍ୟନ୍ତ ଆରଏମ୍ସି ନ ଆସିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି । ଆପ୍ଲିକେସନ/ ଅଭିଯୋଗ ଇମେଲ୍ ଯୋଗେ ପଠାଇବାକୁ ନିର୍ଦ୍ଦେଶ ରହିଛି । ଏପରିକି ଅଭିଯୋଗ ଜଣାଇବାକୁ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ ପାଇଁ ସୂଚନା ଦିଆଯାଇଛି । ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ ବି ସେଠାରୁ ରାଉରକେଲାକୁ ଫେରିଲା ପରେ କ୍ୱାରେଣ୍ଟିନ୍ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।
