କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ |

କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଜବତ |

ରାଜ୍ୟ

ଜଣେ ହତ୍ୟା ଅଭିଯୁକ୍ତ ଠାରୁ ୩ କେଜି ୬୦୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାର ମୂଲ୍ୟ ସାଢେ ୩ କୋଟି ବୋଲି ଜଣାଯାଇଛି । ସମ୍ପୃକ୍ତ ଅଭିଯୁକ୍ତ ଉକ୍ତ ବ୍ରାଉନସୁଗାରକୁ ବାଲେଶ୍ୱରରୁ ଆଣିଥିବା ସ୍ୱୀକାର କରିଛି । ବ୍ରାଉନସୁଗାର ସମେତ ଅଭିଯୁକ୍ତ ଠାରୁ ଗୋଟିଏ ମାଉଜର, ଗୁଳି ଓ ବାଇକ ମଧ୍ୟ ଜବତ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତ ଖୋର୍ଦ୍ଧା ସଦର ଥାନା ଦଧିମାଛଗଡ଼ିଆ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା । ଜୁନ ୧୫ରେ ସଂଗଠିତ ହତ୍ୟାକାଣ୍ଡ ପର ଠାରୁ ସ୍ପେଶାଲ ଟାସ୍କ ଫୋର୍ସ ତାକୁ ଖୋଜୁଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।