ବିଜୟମହାନ୍ତିଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କଲେ ଚନ୍ଦ୍ରଭାନୁ ଶତପଥୀ |

ବିଜୟମହାନ୍ତିଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କଲେ ଚନ୍ଦ୍ରଭାନୁ ଶତପଥୀ |

ରାଜ୍ୟ

ବିଷିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଚିକିତ୍ସା ନିମନ୍ତେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପନ୍ରଦାନ କରିଛନ୍ତି । ଓଡ଼ିଶା ଓ ଭାରତୀୟ ସଂସ୍କୃତିର ପୃଷ୍ଠପୋଷକତା ନିମନ୍ତେ ଡ.ଶତପଥୀଙ୍କ ପ୍ରେରଣାରେ ଗଠିତ ଗୁରୁଗ୍ରାମ ସ୍ଥିତ ସିବି ଶତପଥୀ କଲଚରାଲ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତର କଳାକାରମାନଙ୍କୁ ସହାୟତା ଦିଆଯାଇଥାଏ । ଏହି ଧାରାରେ ଅଭିନେତା ଶ୍ରୀ ମହାନ୍ତିଙ୍କୁ ସହାୟତା ରାଶି ଦିଆଯାଇଛି । ଡ.ଶତପଥୀ ବିଜୟଙ୍କ ଧର୍ମପତ୍ନୀ ତନ୍ଦ୍ରା ରାୟ ଓ ତାଙ୍କ ଝିଅ ସହ ଫୋନଯୋଗେ କଥାବାର୍ତ୍ତା ହୋଇ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ସମ୍ପର୍କରେ ଖବର ପାଇଥିଲେ । ତେଣୁ ଶ୍ରୀ ମହାନ୍ତିଙ୍କର ଆଶୁ ଆରୋଗ୍ୟ କାମନା ସହ ପରିବାରବର୍ଗଙ୍କୁ ଧୈର୍ଯ୍ୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ବିଶିଷ୍ଟ ଅଭିନେତା ହର ପଟ୍ଟନାୟକଙ୍କୁ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଅନୁରୂପ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।