ଭାଇରସରୁ ରକ୍ଷା କରିବ କୋଭିଡ ଛତା |

ଭାଇରସରୁ ରକ୍ଷା କରିବ କୋଭିଡ ଛତା |

ବିଶେଷ ଖବର

କୋଭିଡ-୧୯ ବିରୁଦ୍ଧ ଲଢ଼େଇରେ ସାମାଜିକ ଦୂରତ୍ୱ ରକ୍ଷାର ଅନେକ ସରଳ ତଥା ଚତୁର କୌଶଳ ସମ୍ପର୍କିତ ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳୁଛି । ଏ ସମ୍ପର୍କିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ଭିଡିଓଟିକୁ ଉଦ୍ୟୋଗପତି ହର୍ଷ ଗୋଏଙ୍କା ନିଜ ଟ୍ୱିଟରେ ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର ହେବା ପରଠୁ ଏହାକୁ ଦେଖି ଇଣ୍ଟରନେଟ ୟୁଜର ହସ ଅଟକାଇ ପାରୁନାହାନ୍ତି । ଜଣେ ବ୍ୟକ୍ତି କୋଭିଡ-୧୯ ଛତା ବ୍ୟବହାର କରୁଥିବାର ଏକ ଭିଡିଓ ହର୍ଷ ସେୟାର କରିଛନ୍ତି । ଏଥିସହ କ୍ୟାପସନ ଲେଖିଛନ୍ତି । ‘କୋଭିଡ ଛତା, କରୋନା ଉଦ୍ଭାବନ’ । ଭିଡିଓ ଜଣେ ବ୍ୟକ୍ତି ଘରୁ ଏକ ଛତା ଧରି ଚାଲି ଚାଲି ଆସଥିବାର ଦେଖିବାକୁ ମିଳୁଛି । ଏହା ପରେ ଜଣେ ମହିଳା ଉକ୍ତ ବଖରାରେ ପ୍ରବେଶ କରୁଛନ୍ତି ଏବଂ ବ୍ୟକ୍ତିଙ୍କ ସାମ୍ନାରେ ଛିଙ୍କୁଛନ୍ତି । ଏହା ପରେ ବ୍ୟକ୍ତି ଜଣକ ଛତାଟିକୁ ଖୋଲି ଦେଉଛନ୍ତି । ସେଥିରୁ ଏକ ପଲିଥିନ କଭର ଆପଣାଛାଏଁ ଖୋଲି ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦେଉଛି । ଫଳରେ କରୋନା ଭାଇରସ ଆଶଙ୍କାରୁ ନିଜକୁ ସୁରକ୍ଷିତ ରଖିବାରେ ସେ ସଫଳ ହେଉଛନ୍ତି । ଏଭଳି ନିଆରା ଉଦ୍ଭାବନ ପ୍ରଥମ ଥର ଇଣ୍ଟରନେଟରେ ଭାଇରାଲ ହେଉନାହିଁ । ଏହା ପୂର୍ବରୁ ସାମାଜିକ ଦୂରତା ରକ୍ଷା କରୁଥିବା ଏକ ମଦ ଦୋକାନ ଓ ଅଟୋ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ସେୟାର ହେବା ପରଠୁ ଭିଡିଓ ହଜାର ହଜାର ଲାଇକ, କମେଣ୍ଟ ମିଳୁଛି ।