ଓଡିଶାକୁ ଆସିଲା ଆଉ ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟିଂ କିଟ୍‌ |

ଓଡିଶାକୁ ଆସିଲା ଆଉ ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟିଂ କିଟ୍‌ |

ରାଜ୍ୟ

ଭୁବନେଶ୍ୱର: ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟିଂ କିଟ ଆସି ପହଞ୍ଚିଛି । ପୂର୍ବରୁ ୫ ହଜାର କିଟ ଆସିଥିଲା । ଏହି କିଟରେ ସ୍ୱାବ ପରୀକ୍ଷା କରି ୧ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଓ ନେଗେଟିଭ ଜଣାପଡ଼ିବ । ଠିକଠାକ ରହିଥିଲେ, ଆଗକୁ ଆହୁରି କିଟ ଆସିବ । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର ପତି କହିଛନ୍ତି, ପହଞ୍ଚିଥିବା କିଟରୁ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଦିଆଯିବ । ୩୦ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚକୁ ୧୫୦ଟି ଲେଖାଏଁ କିଟ୍ ମିଳିବ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରକୁ ୫୦୦ କିଟ ଦିଆଯିବ । ଗଞ୍ଜାମ ଜିଲ୍ଲା ପାଇଁ ୨୫୦୦ ଓ ଗଜପତି ଜିଲ୍ଲାକୁ ୫୦୦ କିଟ୍ ଅଲଗା ଦିଆଯିବ । ଏସବୁ ବାଦ ରାଜଧାନୀ ପାଇଁ ପାଖାପାଖି ୪ ରୁ ସାଢ଼େ ଚାରି ହଜାର କିଟ ରଖାଯାଇଛି । ରିପୋର୍ଟ ଓ ଖର୍ଚ୍ଚର ସବୁ ଅନୁଧ୍ୟାନ ପରେ ଆଉ ଅଧିକ କିଟ ଆସିବ । ଏହି କିଟରେ ପଜିଟିଭ ଆସିଲେ ଆଉ ଆରଟିପିସିଆର ଟେଷ୍ଟର ଆବଶ୍ୟକତା ନାହିଁ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭୂତାଣୁ ରୁହେ, ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ । ବିଶେଷଜ୍ଞଙ୍କ ଚେତାବନୀ, ମସ୍ତିଷ୍କ ଘାତ କରାଇବ କୋଭିଡ-୧୯ ଲଣ୍ଡନ: କରୋନା ଭୂତାଣୁ ଯୋଗୁଁ ପୀଡ଼ିତଙ୍କଠାରେ ମସ୍ତିଷ୍କ ଘାତ ପରି ପରିଣତି ଆସିପାରେ । ସେଥିଯୋଗୁଁ ଜଣେ କୋଭିଡ ରୋଗୀ ସାଂଘାତିକ ସ୍ନାୟବିକ ଜଟିଳତା ସମେତ ଶରୀର ଫୁଲା, ମାନସିକ ବିକୃତି ଓ ପ୍ରଳାପ କଲା ଭଳି ଲକ୍ଷଣ ଦେଖାଯାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଲଣ୍ଡନ ବିଶ୍ୱ ବିଦ୍ୟାଳୟର ସ୍ନାୟୁ ଚିକିତ୍ସା ବିଜ୍ଞାନ ବିଭାଗ ଦ୍ୱାରା ସଂଗଠିତ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ ୪୩ ଜଣ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ କାହା କାହା ଠାରେ ସାମୟିକ ମସ୍ତିଷ୍କ, ନିଷ୍କ୍ରିୟତା, ମସ୍ତିଷ୍କ ଘାତ ଅଥବା ସ୍ନାୟୁ ନଷ୍ଟ ଅବା ଗୁରୁତର ମସ୍ତିଷ୍କ ସମସ୍ୟା ଦେଖାଦେଇଛି । ସୁତରାଂ ଏହି ଦୁଃସାଧ୍ୟ ରୋଗ ମସ୍ତିଷ୍କକୁ ନଷ୍ଟ କରିଦେବାର ଆଶଙ୍କା ରହିଛି ବୋଲି ଅନ୍ୟତମ ଗବେଷକ ମାଇକେଲ ଜାଣ୍ଡି ସତର୍କ କରାଇଛନ୍ତି ।