ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ |

ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ |

ରାଜ୍ୟ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କୁ କଲେଜ ଆସିବା ମନା ହୋଇଥିବାରୁ ରାଜ୍ୟର ସମସ୍ତ ଡିପ୍ଲୋମା କଲେଜର ୬ଷ୍ଠ ସେମିଷ୍ଟର ଛାତ୍ରଛାତ୍ରୀଙ୍କର ଅନଲାଇନରେ ପରୀକ୍ଷା ହେବ । ଯେଉଁ ଛାତ୍ରଛାତ୍ରୀଙ୍କର ଲାପଟପ କି କମ୍ପ୍ୟୁଟର ନାହିଁ ସେମାନେ ସ୍ମାର୍ଟ ଫୋନ (ଆଣ୍ଡ୍ରଏଡ)ରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କୁହାଯାଇଛି । ପରିଷଦର ପରୀକ୍ଷା ନିୟନ୍ତ୍ରଣ ଏ ନେଇ ନିର୍ଦ୍ଦେଶନାମା ଜାରି କରି କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି ।