ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଲକ୍ଷଣ ନାହିଁ ବା ଆଂଶିକ ଲକ୍ଷଣ ଅଛି, ଏଭଳି କ୍ଷେତ୍ରରେ ଆଉ ହସ୍ପିଟାଲ ନିଆଯିବନି । ଆକ୍ରାନ୍ତ ନିଜ ଘରେ ହୋମ୍ ଆଇସୋଲେସନରେ ରହି ଚିକିତ୍ସା ହେବେ । ଏ ନେଇ ବିଏମସି ନୂଆ ଏସଓପି ବା ନିର୍ଦ୍ଦେଶନାମା ଜାରି କରିଛି । ସହରର ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ବିଏମସି ଏହି ପଦକ୍ଷେପ ନେଇଛି । ଏସଓପି ଅନୁସାରେ, ବସ୍ତି ଅଞ୍ଚଳକୁ ବାଦ୍ ଦେଇ ବାକି ଅଞ୍ଚଳରେ ଏହି ନୂଆ ଏସଓପି ଲାଗୁ ହେବ । କୌଣସି ଆକ୍ରାନ୍ତଙ୍କ ଲକ୍ଷଣ ନଥିଲେ ବା ଆଂଶିକ ଲକ୍ଷଣ ଥିଲେ ତାଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ । ତେବେ ଏଥିପାଇର୍ ନିଜ ଘରେ ହୋମ୍ ଆଇସୋଲେସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ ତେବେ କରୋନାର ଚିକିତ୍ସା କରୁଥିବା ଡାକ୍ତର ରୋଗୀକୁ ଯାଞ୍ଚ ପରେ ଲକ୍ଷଣହୀନ ବା ଆଂଶିକ ଲକ୍ଷଣ ଥିବା ପ୍ରମାଣପତ୍ର ଦେବା ପରେ ହିଁ ତାଙ୍କୁ ଘରେ ରହିବାକୁ ଅନୁମତି ମିଳିପାରିବ ।
