ବଲିଉଡ୍ର ମିଲେନିୟମ ଷ୍ଟାର ଅମିତାଭ ଓ ଅଭିଷେକ କରୋନାରେ ପୀଡ଼ିତ ହେବା ପରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ବେବି ଆରାଧ୍ୟା ବଚ୍ଚନ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍ ନେଇ ବିଏମ୍ସି ସହକାରୀ କମିଶନର ସୂଚନା ଦେଇଛନ୍ତି । ତେବେ ଜୟା ବଚ୍ଚନ ଓ ତାଙ୍କ ଝିଅ ନୀତୁଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି । ଗତକାଲି ଅମିତାଭ ବଚ୍ଚନ ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଥିଲେ । ଅମିତାଭ ଓ ଅଭିଷେକ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଦୁହିଁଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ବିଏମ୍ସି ତରଫରୁ ଅମିତାଭ ବଚ୍ଚନଙ୍କ ବଙ୍ଗଳା ’ଜଲ୍ସା’କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଙ୍ଗଳା ବାହାରେ କଣ୍ଟେନମେଣ୍ଟ ଜୋନ୍ ନୋଟିସ୍ ଲଗାଯାଇ ସାନିଟାଇଜ୍ ମଧ୍ୟ କରାଯାଇଛି ।
