ଅନୁପମ ଖେରଙ୍କ ମା’ ଭାଇ ସମେତ ଚାରିଜଣ ପଜିଟିଭ୍‌ |

ଅନୁପମ ଖେରଙ୍କ ମା’ ଭାଇ ସମେତ ଚାରିଜଣ ପଜିଟିଭ୍‌ |

ଜାତୀୟ ଖବର

ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଙ୍କ ପରିବାର କରୋନା ପଜିଟିଭ ଚିହ୍ନଟ ହେବାପରେ ଅଭିନେତା ଅନୁପମ ଖେରଙ୍କ ଘରୁ ମଧ୍ୟ କରୋନା ଖବର ଆସିଛି | ଅନୁପମ ଖେରଙ୍କ ମା ଦୁଲାରୀ ଓ ଅନୁପମଙ୍କ ଭାଉଜ ରାଜୁଙ୍କ ସମେତ ଘରର ୪ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ରାଜୁଙ୍କ ଝିଅ ଅର୍ଥାତ ଅନୁପମଙ୍କ ଝିଆରୀ ମଧ୍ୟ ସାମିଲ ଅଛନ୍ତି | ଏ ସମ୍ପର୍କରେ ଅନୁପମ ଖେର ନିଜେ ଟ୍ୱିଟରେ ସୂଚନା ଦେଇଛନ୍ତି | ସମସ୍ତ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି |