ମାଟ୍ରିକ ପାଶ ହାର ୭୮.୭୬%, ପୁଣି ଝିଅ ଆଗରେ

ମାଟ୍ରିକ ପାଶ ହାର ୭୮.୭୬%, ପୁଣି ଝିଅ ଆଗରେ

ରାଜ୍ୟ ଖବର

ଭୁବନେଶ୍ୱର : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭିଡ଼ିଓ ବାର୍ତା ଯୋଗେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ୭୮,୭୬% ପାଶ କରିଥିବାବେଳେ ଝିଅମାନେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି । ଝିଅଙ୍କ ପାଶ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାଶ ହାର ରହିଛି ୭୭.୮% । ଏ୧ରେ ୧୨୭୯ ଜଣ ଉତୀର୍ଣ୍ଣ ହୋଇଥିବାବେଳେ ଏ୨ରେ ୮୪୫୮ ଜଣ ପାଶ କରିଛନ୍ତି । ସେହିପରି ବି୧ରେ ୧୮୧୮୮ ଜଣ ପାଶ କରିଥିବାବେଳେ ବି୨ରେ ପାଶ କରିଛନ୍ତି ୩୧୩୨୮ । ସିରେ ୪୯୧୫୩ ଜଣ ପାଶ କରିଥିବା ଜାଣିବାକୁ ମିଳିଛି । ଦିନ ସାଢେ଼ ୧୧ଟାରେ ବୋଡର଼୍ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ । ୱେବସାଇଟ : www.bseodisha.ac.in ଓ www.bseodisha.nic.in ପରୀକ୍ଷାର୍ଥୀମାନେ OR01 ସ୍ପେଶ ଦେଇ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମୋବାଇଲ ଜରିଆରେ ଆସିବ ଯଦି ପରୀକ୍ଷା ଫଳ ସମ୍ପର୍କିତ କିଛି ସମସ୍ୟା ଥାଏ ତେବେ କଂଟ୍ରୋଲ ରୁମ ଫୋନ ନମ୍ବର ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦ରେ ଫୋନ କରି ଅଭିଯୋଗ ଜଣାଇ ପାରିବେ ।