ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ-ନିରଞ୍ଜନ

ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ-ନିରଞ୍ଜନ

ରାଜ୍ୟ ଖବର

ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଡିଜେଲ ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି।ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବ ଏତତବ୍ୟତୀତ ଅର୍ଥନିତିର ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଭଳି ଓଡିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି। ବେକାରୀ ବେରୋଜଗାରୀ ବଢ଼ିଛି। ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଏଭଳି ଏକ କଠିନ ସମୟରେ ଦିଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡିଶା ସରକାର ସେଭଳି କିଛି ନିଷ୍ପତି ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି। ଖାଲି ସେତିକି ନୁହେଁ,ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହିପରି ପଦକ୍ଷେପ ରାଜ୍ୟ ସରକାର ନେଲେ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଭାବରେ ଉପକୃତ ହେବେ। ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ କମେଇବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।