କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୭ ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେରଳର ମନ୍ତ୍ରୀ କେଟି ଜଲିଲ୍ ସୂଚନା ଦେଇଛନ୍ତି । ଏବେ ସମସ୍ତ ମୃତକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏବେ ସମସ୍ତ ଉଦ୍ଧାର କାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏହି ଦୁର୍ଘଟଣାରୁ ୧୭୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନରେ ମୋଟ୍ ୧୯୦ ଜଣ ରହିଥିଲେ । ମୋଟ୍ ୧୯୦ ଜଣଙ୍କ ମଧ୍ୟରୁ ୧୭୪ ଜଣ ବୟସ୍କ ଯାତ୍ରୀ ଥିବାବେଳେ ୧୦ ଜଣ ଶିଶୁ ରହିଥିଲେ, ୦୪ ଜଣ କ୍ରୁ ମେମ୍ବର ଥିବାବେଳେ ୨ ଜଣ ପାଇଲଟ୍ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିମାନଟିକୁ ଲ୍ୟାଣ୍ଡିଂ କରାଇବା ପୂର୍ବରୁ ପ୍ରତିକୂଳ ପାଗ ଯୋଗୁଁ ଦୁଇ ଥର ପାଇଲଟ୍ ଅଟକିଥିଲେ । ଏହାପରେ ରନୱେ ୨୮ ବଦଳରେ ରନୱେ ୧୦ରୁ ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଖସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।
