କାସରଗୋଡ : ବଦଳୁଥିବା ପରିସ୍ଥିତରେ ସମ୍ପର୍କର ସମୀକରଣ ମଧ୍ୟ ବଦଳିଗଲାଣି । ଜଣେ ଯୁବକ ଏକାକୀ ରହିବାକୁ ଯାଇ ନିଜ ଉଉଣୀକୁ ଆଇସକ୍ରିମ୍ରେ ବିଷ ଦେଇ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହିପରି ଏକ ଅଭାବନୀୟ ଘଟଣା କାସରଗୋଡରେ ଘଟିଛି । ଏଠାରେ ଜଣେ ୨୨ବର୍ଷୀୟ ଯୁବକ ନିଜ ଭଉଣୀକୁ ଆଇସକ୍ରିମ୍ରେ ବିଷ ଦେଇ ହତ୍ୟା କରିଛି । ଯୁବକ ଜଣକ ଅଲ୍ବିନ୍ ବୋଲି ସୂଚନାରହିଛି । ପୋଲିସ୍ର କହିବାନୁସାରେ ଅଲବିନ୍ ଏକାକୀ ରହିବାକୁ ଚାହୁଁଥିଲା । ଏଥିପାଇଁ ସେ ଆଇସକ୍ରିମ୍ରେ ବିଷ ମିଶାଇଥିଲା । ଏହି ଆଇସକ୍ରିମ୍କୁ ମା’, ବାପା ଓ ଭଉଣୀ ଖାଇଥିଲେ । ଅଗଷ୍ଟ ୫ ତାରିଖରେ ୧୬ ବର୍ଷୀୟ ଯୁବତୀର ହତ୍ୟା କାଣ୍ଡସାମ୍ନାକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଅଲବିନ୍ ଆଇସକ୍ରିମ୍ରେ ବିଷ ଦେଇଥିବାର ସ୍ବୀକାର କରିଛି ।
