ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍

ଜାତୀୟ ଖବର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଉ ଜଣେ ମନ୍ତ୍ରୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅତୁଲ ଗର୍ଗଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ତାଙ୍କୁ ଆଇସୋଲେସନ୍ କରାଯାଇଛି । ଅତୁଙ୍କୁ ମିଶାଇ ଯୋଗୀ ସରକାରଙ୍କ ୯ଜଣ ମନ୍ତ୍ରୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ୍ ଚୌହାନଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଯୋଗୀ ସରକାରଙ୍କ ମୋଟ୍ ଆଠ ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ, ଗ୍ରାମ୍ୟ ବିକାଶ ମନ୍ତ୍ରୀ, ରାଜେନ୍ଦ୍ର ପ୍ରତାପ ସିଂ ଓରଫ ମୋତ ସିଂହ, ବିଧି ଏବଂ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ, ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ, ଆୟୁଷ ରାଜମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଧରମ ସିଂହ ସୈନୀ, ଖେଳ ଏବଂ ଯୁବା କଲ୍ୟାଣ ରାଜ୍ୟମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଉପେନ୍ଦ୍ରପ୍ରଭାରୀ ସାମିଲ୍ ରହିଛନ୍ତି । ସେହିପରି ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ, ଆଇପିଏସ୍ ଅଧିକାରୀ ନବନୀତ ସିକେରା ସମେତ ବହୁ ଅଫିସର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।