ବାଲାନ୍ସ ନଥାଇ ଉଠାଣ କଲେ ପଡ଼ିବ ଏଟିଏମ ଚାର୍ଜ, ଏସଏମଏସ ଆଲର୍ଟ ଏଣିକି ଦେୟମୁକ୍ତ

ବାଲାନ୍ସ ନଥାଇ ଉଠାଣ କଲେ ପଡ଼ିବ ଏଟିଏମ ଚାର୍ଜ, ଏସଏମଏସ ଆଲର୍ଟ ଏଣିକି ଦେୟମୁକ୍ତ

ଜାତୀୟ ଖବର

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର କେତେକ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି । ପରିବର୍ତ୍ତିତ ନିୟମ ଅନୁଯାୟୀ ଏସବିଆଇ ମେଟ୍ରୋ ସହର ସଞ୍ଚୟ ଜମା ଖାତାଧାରୀଙ୍କୁ ଏଟିଏମରୁ ମାସକରେ ୮ ଥର ଓ ଗ୍ରାମାଞ୍ଚଳରେ ୧୦ ଥର ମାଗଣା ଟଙ୍କା ଉଠାଣ ଅନୁମତି ରହିଛି । ଏଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫ ଥର ଏସବିଆଇ ଏଟିଏମରୁ ଓ ଅବଶିଷ୍ଟ ଥର ଯେ କୌଣସି ବ୍ୟାଙ୍କର ଏଟିଏମରୁ ଉଠାଣ ସୁବିଧା ରହିଛି । ବାବଦକୁ ଦେୟ (ଚାର୍ଜ) ଲାଗିବ । ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନଥିବା କାରଣରୁ କାରବାର ବିଫଳ (ଟ୍ରାଞ୍ଜାକସନ ଫେଲ ) ହୋଇଯାଏ, ତେବେ ଖାତା ଧାରୀଙ୍କଠାରୁ ଶୁଳ୍କ ବାବଦକୁ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ । ଏ ସମ୍ପର୍କରେ ଏସବିଆଇ ଏହାର ୱେବସାଇଟରେ ସୂଚନା ଦେଇଛି ।