ଉତ୍ତରପ୍ରଦେଶର ଏକ ଏସିଡ୍ ଆଟାକ୍ରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଝାନ୍ସୀର ଉଲଦନ୍ ଥାନା କ୍ଷେତ୍ରର ବସାର ଗ୍ରାମରେ ପାଣି ଭରିବାକୁ କେନ୍ଦ୍ର କରି ହୋଇଥିବା ବିବାଦରେ ଦଳେ ଅନ୍ୟ ଦଳଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବାର ସୂଚନା ରହିଛି । ଏହି ଆକ୍ରମଣରେ ୨୩ ଜଣ ଲୋକ ଆହତ ହୋଇଛନ୍ତି । ୨୩ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସମସ୍ତଆହତଙ୍କୁ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଝାନ୍ସୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ ୬ଜଣଙ୍କ ଉପରେ ମୋକଦ୍ଦମା ଦାଏର କରାଯାଇଥିବାବେଳେ ୪ ଜଣଙ୍କୁ ପୋଲିସ୍ ଗିରଫ କରିଛି ।
