ଜାଣନ୍ତୁ କେବେ ବାୟୁସେନାରେ ସାମିଲ ହେବ ରାଫେଲ?

ଜାଣନ୍ତୁ କେବେ ବାୟୁସେନାରେ ସାମିଲ ହେବ ରାଫେଲ?

ଜାତୀୟ ଖବର

ନୂଆଦିଲ୍ଲୀ : ଫ୍ରାନ୍ସରୁ ଅଣାଯାଇଥିବା ଲଢୁଆ ଯୁଦ୍ଧବିମାନ ରାଫେଲ ଆସନ୍ତା ୧୦ ତାରିଖରେ ବାୟୁସେନାରେ ସାମିଲ ହେବ । ହରିୟାଣାର ଅମ୍ବାଲା ସ୍ଥିତ ବାୟୁସେନା ବେସରେ ରାଫେଲକୁ ବାୟୁସେନାରେ ଔପଚାରିକ ଭାବରେ ସାମିଲ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବ । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୯ ତାରିଖରେ ଫ୍ରାନ୍ସରୁ ୫ଟି ଲଢୁଆ ଯୁଦ୍ଧ ବିମାନ ଭାରତ ଅଣାଯାଇଥିଲା ।