ଚୀନ୍‌ର ବିକ୍ରି ହେଉଛି ନକଲି ଅଣ୍ଡା

ଚୀନ୍‌ର ବିକ୍ରି ହେଉଛି ନକଲି ଅଣ୍ଡା

ଚୀନ୍‌ର ବିକ୍ରି ହେଉଛି ନକଲି ଅଣ୍ଡା
ପ୍ରତ୍ୟେକ ଜିନିଷକୁ ନକଲ କରିବାରେ ଚୀନ୍ ସିଦ୍ଧହସ୍ତ କହିଲେ ଭୁଲ ହେବ ନାହିଁ । ପ୍ରୋଟିନ ଭରପୁର ଅଣ୍ଡା ମଧ୍ୟ ନକଲି ଭାବେ ଚୀନରେ ବିକ୍ରି ହେଉଛି । ଚୀନ୍ ଯାଉଥିବା ପର୍ଯ୍ୟଟକ ଏ ବାବଦରେ ସଚେତନ ରୁହନ୍ତୁ । ସେମାନେ ପ୍ରକୃତରେ ଅଣ୍ଡା ଖାଇଛନ୍ତି କି ନକଲି ଅଣ୍ଡା । କିଛି ବର୍ଷ ତଳେ ସେଠାକାର ଗୁଆନ୍‌ଝୋ ପ୍ରାନ୍ତରେ ପ୍ରଥମେ ଏହି ନକଲି ଅଣ୍ଡା ସରକାରୀ କର୍ମଚାରୀ ଚିହ୍ନଟ କରିଥିଲେ । କେହି ବିଶ୍ୱାସ କରିପାରିନଥିଲେ ଯେ ଅଣ୍ଡାର ମଧ୍ୟ ନକଲ କରାଯାଇ ଅଣ୍ଡା ବଜାରରେ ବିକ୍ରି ହେଉଛି । ଚୀନୀ ଏହି ବ୍ୟବସାୟୀ ବ୍ୟାପୀ ଭାରତ ଓ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରରେ ପହଞ୍ଚିସାରିଥିଲେ । ଚୀନରେ ଅଣ୍ଡା ୧୨ଟିର ମୂଲ୍ୟ ୧୫୪ ଟଙ୍କା ଥିବା ବେଳେ ନକଲି ଅଣ୍ଡା ୧୨ଟିର ମୂଲ୍ୟ ୧୪ ଟଙ୍କା । ବିଶେଷ କରି ରେସ୍ତୋରାଁ ଓ ଗରିବ ବର୍ଗର ଲୋକ ନ ବୁଝି ବିଚାରି ଏହି ନକଲି ଅଣ୍ଡା କିଣୁଛନ୍ତି । ନକଲି ଅଣ୍ଡା ପ୍ରସ୍ତୁତି ନିମନ୍ତେ ଜିଲାଟିନ, ବେଞ୍ଜାଇକ, ଏସିଡ, ଆଲମ ଓ ଅନ୍ୟ କେତେକ ପ୍ରକାରର ରାସାୟନିକ ତତ୍ତ୍ୱର ଉପଯୋଗ ହୋଇଥାଏ । ଏ ସମସ୍ତ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ । ହଂକଂ ଗବେଷକଦଳଙ୍କ ମତରେ ନକଲି ଅଣ୍ଡା ନିୟମିତ ଖାଇଲେ ଡିମେନସିଆ ହେବାର ଆଶଙ୍କା ସବୁଠାରୁ ଅଧିକ । ନକଲି ଅଣ୍ଡାର କୁପ୍ରଭାବ ଜାଣିବା ସତ୍ତ୍ୱେ ଚୀନରେ ଏହାର ବିକତ୍ର ଆଦୌ ପ୍ରଭାବିତ ହୋଇନାହିଁ ।