‘ରକ୍ତହୀନତା’ ଦୂର ପାଇଁ ଏହା ଖାଆନ୍ତୁ
ଶରୀରରେ ଲୋହିତ ରକ୍ତ କଣିକା କମ ହେଲେ ରକ୍ତହୀନତା ଦେଖାଦିଏ । ଯାହାଫଳରେ ଜଣେ ବ୍ୟକ୍ତି ଅତ୍ୟଧିକ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରିଥାଏ । ଏହାକୁ ଦୂର କରିବା ପାଇଁ ଲୌହସାର ଥିବା ଖାଦ୍ୟ ଖାଇବା ଉଚିତ ।
- ପ୍ରତିଦିନ ବିଟ ଜୁସ ପିଇବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ ।
- ଡାଳିମ୍ବ ହେଉଛି ରକ୍ତହୀନତାର ମହୌଷଧି । ଏହା ହୃତପିଣ୍ଡ ପାଇଁ ମଧ୍ୟ ଭଲ ।
- ପାଳଙ୍ଗରେ ଅଧିକ ମାତ୍ରାରେ ଆଇରନ ଏବଂ ଓମେଗା-୩ ଫ୍ୟାଟି ଏସିଡ଼ ଥିବାରୁ ଏହା ମାଂସପେଶୀକୁ ମଜବୁତ କରିଥାଏ ।
- ଡ୍ରାଏଫ୍ରୁଟ୍ସ ଲୋହିତ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ । ସେହିପରି ଡାଲି ଖାଇଲେ ଆଇରନ୍ ବଢ଼ିବା ସହ ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ ।