ଏ ଜୀବନ ଏକ ମରୁଭୂମି

ଏ ଜୀବନ ଏକ ମରୁଭୂମି

ଏ ଜୀବନ ଏକ ମରୁଭୂମି
'''''''ଏ ଜୀବନ ଏକ ମରୁଭୂମି ''''''' ଏ ଜୀବନ ଏକ ମରୁଭୂମି ଖାଲି ମରୁ ଭୂମି ମୁଁ ବଂଚୁଚି ଆଜି ମୋ ଭାଗ୍ଯ ଆଦରି ନାହିଁ ମୋର ଘର ନାହିଁ କିଏ ନିଜର ଦୁଃଖ ସୁଣୁଚି ଏଠି କିଏ ବା କାହାର ।। ହେ ଚକାନୟନ, ତୁମେତ କଳା ବଦନ କରୁଛକି ମୋ ଉପରେ ମାନ, ଅଭିମାନ ଫେରି ଯାଉଛି ତୁମ ବଡଦାଣ୍ଡ ରୁ କହିବିନି ଏ କଥା ମୁଁ ଆଉ କାହାକୁ ।। ନ ହେଲେ ନାହିଁ ତୁମ ଦର୍ଶନ ମୋ ହୃଦୟରେ ଥାଉ ତୁମରି ପ୍ରେମ ତୁମ ପାଖେ ମୁଁ ଆଜି କରୁଛି ଗୁହାରି ଚରଣ ତଳେ ରହୁ ଭକତି ମୋହରି ।। ମୁଁ ବଂଚଚି ଆଜି ମୋ ଭାଗ୍ଯ ଆଦରି ଏ ଜୀବନ ଏକ ମରୁଭୂମି ଖାଲି ମରୁଭୂମି ଚାଲିବାକୁ ହେବ ମୋତେ ଅନେକ ରାସ୍ତା ତୁମେ ଏକା ମୋର ଜଗା ,ସାହା ଭରସା ।। ଆସୁ ପଛେ ଯେତେ ଝଡ ବା ବତାସ ତୁମେ ପାଖେ ଥିଲେ ହେବେନି ହତାସ ବିପଦ ରେ ଅଛି ମୋତେ ସାହା ହୁଅ ନ ହେଲେ ଏ ନରକ ରୁ ମୁକ୍ତି ଦିଅ ।। ହେ କଳା ଠାକୁର, ହେ କଳା ଠାକୁର ତୁମ ପାଖକୁ ମୋତେ ଏ ଭବ ସାଗରରୁ ପାରି କର ।। ଜିତେନ୍ଦ୍ର ସୁବୁଦ୍ଧି ।।ବେଗୁନିଆ -ଖୋର୍ଦ୍ଧା ।।