ଦୀପାବଳିରେ କେଉଁଠି ଜାଳିବା ଦୀପ, ଜାଣିଲେ ଦୂର ହେବ ଦୁର୍ଭାଗ୍ୟ

ଦୀପାବଳିରେ କେଉଁଠି ଜାଳିବା ଦୀପ, ଜାଣିଲେ ଦୂର ହେବ ଦୁର୍ଭାଗ୍ୟ

ଦୀପାବଳିରେ କେଉଁଠି ଜାଳିବା ଦୀପ, ଜାଣିଲେ ଦୂର ହେବ ଦୁର୍ଭାଗ୍ୟ

ଭୁବନେଶ୍ୱର: ଦୀପ ଜ୍ୟୋତି ଆଣିଥାଏ ଜୀବନରେ ଉନ୍ନତି। ସୁଖ ଓ ସୌଭାଗପ୍ରାପ୍ତି ହୋଇଥାଏ। ଦୀପ ଦୂର କରିଥାଏ ଜୀବନର ତମାମ ଦୁର୍ଭାଗ୍ୟ। ତେବେ ଏହି ଦୀପ କେମିତି ଜାଳିବା, କେଉଁଠି ଜାଳିବା ସେ ସଂପର୍କରେ ରହିଛି ବୈଦିକ ମତ। ଦୀପ ହେଉଛି ଭଗବାନଙ୍କର ତେଜସ୍ୱୀ ରୂପ । ସେହି ତେଜ ହିଁ ଯୁଗେ ଯୁଗେ ଅନ୍ୟାୟକୁ ବିଦାରଣ କରି ନ୍ୟାୟ ପ୍ରତିଷ୍ଠା କରିଆସିଛି । ଦୀପାବଳି ଏହାର ମହାପର୍ବ ଭାବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳିତ ହୋଇ ଜାତୀୟ ସଂହତିର ମହୋସôବରେ ରୂପାନ୍ତରିତ ହୋଇଛି । ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ । ମାତା ଲକ୍ଷ୍ମୀ ଦୀବାବଳି ଦିନ ଯାହା ଘରେ ବାସ କରନ୍ତି, ସେହି ଘରେ ଧନର ଅଭାବ ରହିନଥାଏ ବୋଲି କୁହାଯାଏ ।

ତେବେ ଏହି ଦିନ ପ୍ରତ୍ୟେକ ଲୋକ ଦୀପ ଜାଳି ଘରର ସମସ୍ତ ସ୍ଥାନକୁ ଆଲୋକିତ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଘରର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଜାଗା ଗୁଡିକ ବିଷୟରେ,

୧- ଦୀପାବଳୀ ଦିନ ଆମେ ଘରର ସବୁଆଡେ ଦୀପ ଲଗାଇଥାଉ । ଏହି ଦିନ ଗୋଟିଏ ଦୀପ ନେଇ ଅଶ୍ୱସ୍ଥ ଗଛ ମୂଳରେ ଲଗାନ୍ତୁ । କୁହାଯାଏ ଯେ ଅଶ୍ୱସ୍ଥ ଗଛରେ ୩୩ ଗୋଟି ଦେବଦେବୀ ବାସ କରିଥାନ୍ତି । ଏଣୁ ଏହି ଜାଗାରେ ଦୀପ ଲଗାଇବା ଦ୍ୱାରା ଆଶୀର୍ବାଦ ମିଳିବା ସହିତ ଘରକୁ ଧନ ଆଗମନର ବାଟ ଖୋଲିଯାଏ ।

୨- ଘରର ମୁଖ୍ୟଦ୍ୱାର ଦୁଇ ପଟେ ନିଶ୍ଚୟଁ ଦୀପ ଜଳାନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ ଗୃହକୁ ସ୍ୱାଗତ କରିବା ପାଇଁ ଏହାଠାରୁ ବଳି କିଛି ନାହିଁ । ମା’ ସେହି ଘରେ ପ୍ରବେଶ କରିଥାନ୍ତି, ଯେଉଁ ଘରେ ଅନ୍ଧାର ହୋଇନଥାଏ ।