କାହିଁକି ପାଳିତ ହେଉଛି ଦଶହରା, ଜାଣନ୍ତୁ କାରଣ

କାହିଁକି ପାଳିତ ହେଉଛି ଦଶହରା, ଜାଣନ୍ତୁ କାରଣ

କାହିଁକି ପାଳିତ ହେଉଛି ଦଶହରା, ଜାଣନ୍ତୁ କାରଣ

ଶକ୍ତି ସ୍ବରୂପିଣୀ ମା ଦୁର୍ଗା। ସର୍ବଶକ୍ତି ଦାୟିନୀ  ଦୁର୍ଗତି ନାଶିନୀ। ସମାଜର ମଙ୍ଗଳ କାମନା କରିବା ପାଇଁ ମା’ ଧରାପୃଷ୍ଠରେ ଅବତରଣ କରନ୍ତି। ଦୁଷ୍ଟମାନଙ୍କର ଗର୍ବ ଓ ଅହଂକାରକୁ ସଂହାର କରିଥାନ୍ତି।  ସମସ୍ତ ଦେବଙ୍କର ଶକ୍ତିରେ ବଳୀୟାନ ହୋଇ ଆବିର୍ଭାବ ହୋଇଥିଲେ ମା’ ଦୁର୍ଗା । ସକଳଙ୍କ କାର୍ୟ୍ୟ ସିଦ୍ଧି ପାଇଁ ସେ ଧରାପୃଷ୍ଠରେ ଅବିର୍ଭାବ ହୋଇଥିଲେ । ସେ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ପ୍ରଳୟର ଅଧିଷ୍ଠାତ୍ରୀ ଦେବୀ । ଏହାକୁ ନେଇ ଏକ ଏକ ପୌରାଣିକ କିମ୍ବଦନ୍ତି ରହିଛି ।

 ତ୍ରେତୟା ଯୁଗରେ ମହାପ୍ରତାପି ଓ ଅତ୍ୟାଚାରୀ ମହିଷାସୁର ନାମକ ଏକ ଅଶୁର ଥିଲା । ସେ ଥିଲା ପ୍ରବଳ ପ୍ରତାପୀ, ଦାନବ ଓ କୁଶଳି ମାୟାବୀ । ମାୟା ବଳରେ ସେ ଦେବତା ମାନଙ୍କଠାରୁ  ମହାଶକ୍ତିଶାଳୀ ଥିଲା । ମାନବମାନେ ତ ଦୂର କଥା, ତେତ୍ରିଶ ଗୋଟି ଦେବତାଙ୍କୁ ମଧ୍ୟ ତା’ର ଦୌରାତ୍ମ୍ୟରେ ଭୟଭୀତ କରି ଦେଇଥିଲା । ଏଥିପାଇଁ ଦେବତା ମାନେ ଲୁକାୟିତ ହୋଇ ରହୁଥିଲେ । ତିନିପୁର ତାର ଅତ୍ୟାଚାର ବଳରେ ପ୍ରକମ୍ପିତ ହେଉଥିଲା । ଏଥିରୁ ତ୍ରାହି ପାଇବା ପାଇଁ ସମସ୍ତ ଦେବତା ମା’ଦୁର୍ଗାଙ୍କୁ ଆରାଧନା କଲେ । ତେଣୁ ସର୍ବଶକ୍ତି, ତେଜ ଧାରଣ କରି ଧରାପଷ୍ଠକୁ ଆସିଥିଲେ ମା’ । ମାୟାବୀ ମହିଷାସୁର ଓ ତା’ର ସହଚର ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ, ଧୂମ୍ରଲୋଚନ ଓ ଅଗଣିତ ସୈନ୍ୟ ଗଣକୁ ନିହତ କରିବା ପାଇଁ ମା’ଦୁର୍ଗାଙ୍କୁ  ସମସ୍ତ ଦେବତା ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ । ସର୍ବଦେବତାଙ୍କ ଅସ୍ତ୍ରଶସ୍ତ୍ର ଧାରଣ କରି ମଧ୍ୟ ମହିଷାସୁରକୁ ନିହତ କରିବାରେ ସେ ପ୍ରଥମେ ଅସମର୍ଥ ହୋଇଥିଲେ । କାରଣ ମା’ ଦୁର୍ଗା ଯେତେ ଅସୁରଙ୍କୁ ମାରିଲେ ମଧ୍ୟ ମହିଷାସୁରର ମାୟା ବଳରେ ପ୍ରତ୍ୟେକ ମୃତ ଅସୁରର ରକ୍ତରୁ ଶତଶତ ଅସୁର ଜନ୍ମ ହୋଇ ସଂଗ୍ରାମ ଭୂମିରେ ଉଭା ହେଉଥିଲେ । ମା’ ଦୁର୍ଗା କେତେ ଯେ ଅସୁର ମାନଙ୍କୁ ମାରବେ! ଗର୍ବ ଓ ଅହଂକାରରେ ମହିଷାସୁର ବିକଟଳ ଭାବେ ହସିହସି ପ୍ରକମ୍ପିତ କରି ଦେଉଥିଲା ପରିବେଶ । ଫଳରେ ମା’ କ୍ରୋଧନିତ ପୂର୍ବକ ଉନ୍ମତା ରୂପ ଧାରଣ କଲେ । ସେହି ରୂପରେ ସେ ଅସୁରର ସମସ୍ତ ମାୟାକୁ ଖଣ୍ଡନ କରିବାରେ ସମର୍ଥ ହୋଇଥିଲେ । ସର୍ବଶେଷରେ ମହିଷାସୁର ଦେବୀଙ୍କ ହାତରେ ନିହତ ହୋଇଥିଲା । ସେଦିନ ଥିଲା ଶରତ ଋତୁର ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥି । ଏହାକୁ ଆମେ ଦଶହରା ରୂପେ ପାଳନ  କରୁଛୁ ।